ମାର୍ଗ ଦର୍ଶନ (#15565)

ହେ ମୋର ଭଗବାନ୍ ! ମୋ ଆରାଧନାର ପରମ ଲକ୍ଷ୍ୟ, ମୋ ଆକାଙ୍କ୍ଷାର ପରମ ଉଶ୍ୟେ, ସର୍ବ-ବଦାନ୍ୟ, ପରମ କରୁଣାମୟ! ସକଳ ଜୀବଜଗତ ତୁମର ସୃଷ୍ଟି ଏବଂ ସକଳ କ୍ଷମତା ତୁମର ସର୍ବଶକ୍ତିମା ଆୟରେ ରହିଅଛି । ଯାହାଙ୍କୁ ତୁମେ ମହିୟାନ୍ କରିଛ, ତାଙ୍କୁ ତୁମେ ଦେବଦୂତଗଣଙ୍କ ଊଦ୍ଧ୍ୱର୍ରେ ସ୍ଥାନ ଦେଇଛ ଏବଂ ସେହି ସ୍ଥାନଟି : ବାସ୍ତବିକ୍, ଊଦ୍ଧ୍ୱର୍ରାଜ୍ୟର ଏକ ସ୍ଥାନକୁ ତାଙ୍କୁ ଆମେ ଉୋଳିତ କରିଛୁ ! ପ୍ରତି ପ୍ରାପ୍ତ ହୋଇଛନ୍ତି । ତୁମେ ଯାହାଙ୍କୁ ନିମ୍ନଗାମୀ କରାଇବାକୁ ଇଚ୍ଛାକର, ତାଙ୍କୁ ଧୂଳିଠାରୁ ହୀନ କରିଦିଅ, ନା, ନଗଣ୍ୟଠାରୁ ମଧ୍ୟ ତୁଚ୍ଛ କରିଦିଅ । 

ହେ ଦିବ୍ୟ, ପରମ ବିଧାତା ! ଯଦିଓ ଆମେ ଅଧାର୍ମିକ, ପାପୀ ଓ ଅମିତାଚାରୀ ତଥାପି ତୁମଠାରୁ ଏକ ସତ୍ୟର ଆସନ ଅନ୍ୱେଷଣ କରୁ ଏବଂ ସର୍ବଶକ୍ତିମାନ୍ ଦିବ୍ୟ ରାଜନଙ୍କ ମୁଖାର ବିନ୍ଦୁକୁ ଅବଲୋକନ କରିବା ପାଇଁ ଅଭିଳାଷ କରୁ । ଏହା ହିଁ ତୁମର ର୍ନିେଶ ଏବଂ ସକଳ     ସାର୍ବଭୌମତ୍ୱ ତୁମର ଅଧିକାରଭୁକ୍ତ ତଥା ତୁମ ଆଦେଶ ସ୧ୁଖରେ ଶକ୍ତିଶାଳୀ ସାମ୍ରାଜ୍ୟ ନତମସ୍ତକ ହୁଏ । ଯାହାସବୁ ତୁମେ ବିଧାନ କର, ତାହା ବିଶୁ ନ୍ୟାୟ ଅଟେ, ନା, କରୁଣାର ବାସ୍ତବ ନିର୍ଯ୍ୟାସ ଅଟେ । ସର୍ବ କରୁଣାମୟ ସ୍ୱୟଂ ତୁମ ନାମର ଦୀପ୍ତି ମଧ୍ୟରେ ଗୋଟିଏ ମାତ୍ର ରଶ୍ମି ହିଁ ପୃଥିବୀରୁ ପ୍ରତିଟି ସାମାନ୍ୟତମ ପରିମାଣର ପାପକୁ ନି୧⁄୨ିହ୍ନ କରି କଳଙ୍କମୁକ୍ତ କରିବାକୁ ଯଥେଷ୍ଟ ଅଟେ ଏବଂ ତୁମ ଦିବ୍ୟ ପରିପ୍ରକାଶ ଯୁଗର ମୃଦୁ ମଳୟ ହିଲ୍ଲୋଳ ମଧ୍ୟରୁ ଗୋଟିଏ ପ୍ରଶ୍ୱାସ ବାୟୁ ସମଗ୍ର ମାନବଜାତିକୁ ଏକ ସତେଜ ଅମ୍ଳାନ ପରିଚ୍ଛଦରେ ଭୂଷିତ କରିବାକୁ ଯଥେଷ୍ଟ ଅଟେ । 

ହେ ସର୍ବଶକ୍ତିଶାଳୀ ପରମ ପୁରୁଷ ! ତୁମର ଦୁର୍ବଳ ପ୍ରାଣୀମାନଙ୍କ ଉପରେ ତୁମ ଶକ୍ତିକୁ ଅନୁଗ୍ରହ ପୂର୍ବକ ପ୍ରଦାନ କର ଏବଂ ଯେଉଁମାନେ ମୃତବତ୍, ସେମାନଙ୍କୁ ପୁନରୁଜ୍ଜୀବିତ କର, ଯାହାଫଳରେ ସମ୍ଭବତଃ ସେମାନେ ତୁମକୁ ପାଇ ପାରିବେ ଏବଂ ତୁମ ମାର୍ଗଦର୍ଶନ ମହାସାଗରର ନିକଟର୍ବୀ ହୋଇପାରିବେ ତଥା ତୁମ ଧର୍ମରେ ଦୃଢ଼ଭାବେ ରହିପାରିବେ । ପୃଥିବୀର ପ୍ରାଚ୍ୟ କିମ୍ବା ପା୧⁄୨ାତ୍ୟ ଜଗତର ଭାଷାଭାଷୀଙ୍କ ମଧ୍ୟରୁ ଯେକୌଣସି ଭାଷାରେ ମନୁଷ୍ୟ ତୁମ ମହିମାର ସୁରଭିକୁ ଦେଶ ଦେଶାନ୍ତରରେ ବିଚ୍ଛୁରିତ     କରିବ । ବାସ୍ତବରେ, ସେ ପୁରୁଷ୍କୃତ ହେବ ଓ ମହାନ୍ ଭାବେ ପ୍ରିୟପାତ୍ର ହେବ । ଯଦି କୌଣସି ପ୍ରକାରେ ସେହି ଭାଷାଭାଷୀର ମନୁଷ୍ୟମାନେ ସେହି ସୁରଭିଠାରୁ ବôତ ହୁଅନ୍ତି, ତେବେ ସେମାନେ ନି୧⁄୨ିତ ଭାବେ ବାକ୍ୟରେ ହେଉ ଅଥବା ଚିନ୍ତାଧାରାରେ ହେଉ କିଛି ବି ଉଲ୍ଲେଖ କରିବା ପାଇଁ ଅଯୋଗ୍ୟ ହେବେ । 

ହେ ପରମ ନିଅନ୍ତା, ସକଳ ମାନବଜାତିକୁ ତୁମର ମାର୍ଗ ଦର୍ଶନ କରିବା ପାଇଁ ଓ ସେମାନଙ୍କୁ ଉଚିତ୍ ପଥରେ ପରିଚାଳିତ କରିବା ପାଇଁ ଆମ୍ଭେମାନେ ତୁମକୁ ଅନୁଗ୍ରହ କରି କହୁଛୁ । ବାସ୍ତବିକ, ତୁମେ ହେଉଛ ସର୍ବଶକ୍ତିଶାଳୀ, ମହାବଳବାନ୍, ସର୍ବଜ୍ଞାତା, ସର୍ବଦ୍ରଷ୍ଟା ।

-Bahá'u'lláh
-----------------------

ମାର୍ଗ ଦର୍ଶନ (#15566)

ଯେଉଁମାନେ ନ୍ୟାୟପରାୟଣ ତଥା ସାଧୁ ହେବା ଛଳରେ ବିପଥଗାମୀ ହୋଇଛନ୍ତି, ସେମାନଙ୍କୁ ଈଶ୍ୱର ତାଙ୍କ କରୁଣା ମାଧ୍ୟମରେ ସହାୟ ହେବାପାଇଁ ଏବଂ ଯେଉଁଥିରେ ସେମାନେ ଅଯତ୍ନଶୀଳ ହୋଇଛନ୍ତି ସେଥିରେ ଅବଗତ ହେବା ପାଇଁ ଆମ୍ଭେ ଈଶ୍ୱରଙ୍କଠାରେ ପ୍ରାର୍ଥନା କରୁଛୁ । ସ୍ୱୟଂ ସେ ବାସ୍ତବିକ ସର୍ବ କରୁଣାମୟ, ପରମ କୃପାମୟ । ହେ ମୋର ପ୍ରଭୁ ! ତୁମର     ସେବକମାନଙ୍କୁ ତୁମ କରୁଣାର ଦ୍ୱାର ନିକଟରୁ ବିହିଷ୍କୃତ କରନାହିଁ ଏବଂ ସେମାନଙ୍କୁ ତୁମ ଉପସ୍ଥିତିର ଦରବାରଠାରୁ ଦୂରେଇ ଦିଅନାହିଁ ା ତୁଚ୍ଛ ଚିନ୍ତାଧାରାର କୁଜ୍ଝଟିକାକୁ ଦୂର କରିବା ପାଇଁ ତଥା ବୃଥା କଳ୍ପନା ଏବଂ ଆଶା ଆକାଙ୍କ୍ଷାର ପରଦାକୁ ଛିନ୍ନ ଭିନ୍ନ କରିଦେବା ପାଇଁ ସେମାନଙ୍କୁ ସହାୟ ହୁଅ । ବାସ୍ତବିକ୍ ତୁମେ ହେଉଛ ସର୍ବାଧିକାରୀ, ସର୍ବ ମହାନ୍ ! ତୁମ ବ୍ୟତୀତ ଅନ୍ୟ କେହି ଈଶ୍ୱର ନାହାନ୍ତି, ତୁମେ ସର୍ବଶକ୍ତିଶାଳୀ ଓ ପରମ କୃପାଳୁ ।

-Bahá'u'lláh
-----------------------

ମାର୍ଗ ଦର୍ଶନ (#15567)

ହେ ପ୍ରଭୁ, ହେ ମୋର ଈଶ୍ୱର ! ତୁମର ମହିମା ଗାନହେଉ, ତୁମ କରୁଣାପ୍ଲାବିତ ମେଘମାଳା ମଧ୍ୟରୁ ବାରିଧାରା ବର୍ଷଣ କର, ଯାହାକି ତୁମ ସେବକମାନେ ସ୍ୱୟଂ ତୁମ ମୁଖମଳକୁ ଅବଲୋକନ କରିବା ପାଇଁ ଯେତେସବୁ ପ୍ରତିବନ୍ଧକ ରହିଛି, ସେଥିରୁ କିମ୍ବା ତୁମ ଆଡ଼କୁ ଅଭିମୁଖୀ ହେବା ନିମନ୍ତେ ଯେତେସବୁ ପ୍ରତିବନ୍ଧକ ହୋଇପାରେ ସେଥିରୁ ସେମାନଙ୍କ ହୃଦୟକୁ ଧୋଇ ପରିଷ୍କାର କରିଦିଅ ା ଯ୍ୱାରା ସେମାନେ ସମସ୍ତେ ସ୍ୱୟଂ ତାଙ୍କୁ ହିଁ ସ୍ୱୀକାର କରିପାରିବେ, ସ୍ୱୟଂ ଯିଏ ହେଉଛନ୍ତି ସେମାନଙ୍କର ଦିବ୍ୟ ନିର୍ମାତା ତଥା ସୃଷ୍ଟିର୍କା ।     ହେ ପରମେଶ୍ୱର ! ତୁମ ସାର୍ବଭୌମ ଶକ୍ତିର କ୍ଷମତା ମାଧ୍ୟମରେ ସେମାନଙ୍କୁ ଏପର ି ଏକ ସ୍ତର ଆଡ଼କୁ ପହôବା ପାଇଁ ସହାଅ ହୁଅ, ଯ୍ୱାରା ସେମାନେ ଅତି ସହଜରେ ସ୍ୱୟଂ ତାଙ୍କ ପରିଚ୍ଛଦର ସୁରଭି ମଧ୍ୟରୁ ପ୍ରତିଟି କୁିତ ଗନ୍ଧକୁ ପୃଥ୍କ କରିଦେଇପାରିବେ, ଯିଏ କି ହେଉଛନ୍ତି ସ୍ୱୟଂ ତୁମର ପରମ ଅତୁ୍ୟଚ୍ଚ ତଥା ମହାନ୍ ନାମର ଦିବ୍ୟ ସଂବାହକ; ଯ୍ୱାରା ସେମାନେ ସମସ୍ତେ ଶ୍ରଦ୍ଧାର ସହିତ ତୁମ ଆଡ଼କୁ ଅଭିମୁଖୀ ହୋଇପାରିବେ ଏବଂ ତୁମ ସହିତ ସେମାନେ ଏପରି ଘନିଷ୍ଠ ଆଧ୍ୟାତ୍ମିକ ମିଳନରେ ଆନନ୍ଦ ଉପଭୋଗ କରିବେ ଯେ, ଯଦି ସେମାନଙ୍କୁ ସ୍ୱର୍ଗ ତଥା ର୍ମ୍ୟରେ ଥିବା ସକଳ ପଦାର୍ଥ ପ୍ରଦାନ କରାଯାଏ, ତଥାପି ସେମାନଙ୍କ ଦୃଷ୍ଟିରେ ତାହା ମୂଲ୍ୟହୀନ ବୋଲି ସେମାନେ ବିବେଚନା କରିବେ ଏବଂ ତୁମକୁ ସ୍ମରଣ କରିବାରୁ ତଥା ତୁମ ଗୁଣାବଳୀର ପ୍ରଶଂସାଗାନ କରିବାଠାରୁ ନିବୃ ରହିବେ । 

ହେ ମୋର ପରମ ପ୍ରିୟତମ, ମୋ ହୃଦୟର ଅଭିପ୍ସା ! ମୁଁ ତୁମକୁ ପ୍ରାର୍ଥନା କରେକି, ଯେଉଁମାନେ ତୁମକୁ ଅସ୍ୱୀକାର କରିଛନ୍ତି, ସେମାନଙ୍କର ଆକସ୍ମିକ ଦ୍ରୁତ ଅଗ୍ରଗତି କବଳରୁ ଏବଂ ଯେଉଁମାନେ ତୁମ ଦିବ୍ୟ ସତ୍ୟକୁ ପ୍ରତ୍ୟାଖ୍ୟାନ କରିଛନ୍ତି, ସେମାନଙ୍କର କକ ପଥଠାରୁ ତୁମ ମୁଖାରବିନ୍ଦକୁ ଅନୁସରଣ କରୁଥିବା ତୁମର ସେବକମାନଙ୍କୁ ରକ୍ଷା କର । ର୍ପୂ ପ୍ରାଣରେ ତୁମର ଅନୁରକ୍ତ ହେବା     ପାଇଁ, ତୁମର ନାମକୁ ପ୍ରଘୋଷଣା କରିବା ପାଇଁ ଏବଂ ତୁମ ଦିବ୍ୟ ପରିପ୍ରକାଶର ପବିତ୍ରତା ଉପରେ ତାହାର ଏକାଗ୍ର ଦୃଷ୍ଟି ନିବଦ୍ଧ ରଖିବା ନିମି ତାଙ୍କୁ ସହାୟ ହୁଅ । ତୁମେ ହିଁ ସତ୍ୟତଃ ସ୍ୱୟଂ ସେହି, ଯିଏକି ତୁମଠାରେ ସେମାନଙ୍କର ଅଭିଳାଷଗୁଡ଼ିକୁ ସ୍ଥିରୀକୃତ କରିଛନ୍ତି । ସେମାନଙ୍କୁ ଅକସ୍ମାତ୍ ବିମୁଖ କରାଅ ନାହିଁ କି ଯେଉଁମାନେ ତୁମ କରୁଣାର ଦରବାରକୁ ପ୍ରବେଶଲାଭ କରିବାକୁ ତୁମକୁ ଅନୁସନ୍ଧିୁ ହୋଇ ରହିଛନ୍ତି ସେମାନଙ୍କୁ କରଣ କରନାହିଁ । ପରମ କ୍ଷମତାବାନ୍,  ପରମ ମହାନ୍ ଦେବୀପ୍ୟମାନ, ସଙ୍କଟରେ ପରମ ସହାୟ, ସର୍ବ- ଗୌରବମୟ, ସର୍ବ-ବଶକାରୀ, ପରମ ନିଃର୍ସ ସ୍ୱୟଂ ତୁମ ବ୍ୟତୀତ  ଆଉ ଅନ୍ୟ କେହି ଈଶ୍ୱର ନାହାଁନ୍ତି ।

-Bahá'u'lláh
-----------------------

